Advertisement

ହାତର ହକିକ୍‌ ମୁଦି ଏବଂ ପର୍ସରୁ ସୁଲେମାନିଙ୍କୁ କରାଗଲା ଚିହ୍ନଟ

ବାଗଦାଦ୍‌,୩।୧: ଆମେରିକା ପକ୍ଷରୁ ଇରାକ୍‌ର ବାଗଦାଦ୍‌ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ଇରାନ୍‌ର କୁଦୁସ୍‌ ବାହିନୀ କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନିଙ୍କ ସମତେ ୮ ଜଣ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ଇରାନ୍‌ ସମର୍ଥିତ ପପୁଲାର ମୋବିଲାଇଜେସନ୍‌ ବାହିନୀର ଡେପୁଟି କମାଣ୍ଡର ଆବୁ ମହାଦି ଅଲ୍‌-ମୁହାନ୍ଦିସ୍‌ଙ୍କର ମଧ୍ୟ ମୃତ୍ୟୁ ଘଟିଥିବା କୁହାଯାଉଛି। କାସିମ୍‌ ସୁଲେମାନିଙ୍କୁ ତାଙ୍କ ହାତରେ ସେ ପିନ୍ଧିଥିବା ହକିକ୍‌ ମୁଦି ଏବଂ ବ୍ୟବହାର କରୁଥିବା ପର୍ସ ଦ୍ୱାରା ଚିହ୍ନଟ କରାଯାଇଛି। ଏବେ ହକିକ୍‌ ମୁଦି ଏବଂ ପର୍ସର ଫଟୋ ବିଭିନ୍ନ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share