Advertisement

ହାତିଆ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ମାର୍ଶାଘାଇ, ୨୯।୯(ଡି.ଏନ.ଏ):କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ହାତିଆ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟଚାଲାଣ କରିଛି ମାର୍ଶାଘାଇ ପୋଲିସ। ଏକ ଗତ ୧୮ରେ ହାତିଆ ଗୁଳିକାଣ୍ଡ ଘଟଣାରେ ଗଗନ ସାହୁ ନାମକ ଜଣେ ଔଷଧ ବ୍ୟବସାୟୀ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିଛି। ପୋଲିସ ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗରିଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ପାଖରୁ ୧୨ଟି ମୋବାଇଲ, ୧ଟି ଭୂଜାଲି, ୧ଟି କଟୁରୀ, ୧ଟି ଫାର୍ସା, ୩ଟି ହିରୋହୋଣ୍ଡା ଗ୍ଲାମର ମୋଟର ସାଇକେଲ ଏବଂ ଏକ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ମୂଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବାବେଳେ ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କେନ୍ଦ୍ରାପଡା ଏସପି ନିତିଶେଖର ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel