Categories: ଜାତୀୟ

ହାତୀକୁ କେହି ବିସ୍ଫୋରକ ଥିବା ସପୁରି ଖାଇବାକୁ ଦେଇ ନାହାଁନ୍ତି: ପରିବେଶ ମନ୍ତ୍ରଣାଳୟ

ପାଟନା,୮।୬: କେରଳରେ ବିସ୍ଫୋରକ ଥିବା ସପୁରି ଖାଇ ଏକ ଗର୍ଭିଣୀ ହାତୀର ମୃତ୍ୟୁ ଘଟିଥିଲା। ଏନେଇ ତଦନ୍ତ କରିବା ପରେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁହାଯାଇଛି ଯେ, କେହି ହାତୀକୁ ଏଭଳି ସପୁରି ଜାଣିଶୁଣି ଖାଇବାକୁ ଦେଇ ନାହାଁନ୍ତି। ଜଙ୍ଗଲୀ ବାରହା ଫସଲ ନଷ୍ଟ କରୁଥିବାରୁ ସେମାନଙ୍କୁ ଦୂରେଇ ରଖିବା ପାଇଁ କେତେକ ଲୋକ ବିସ୍ଫୋରକ ଥିବା ସପୁରି ରଖାଯାଇଥିଲା। ମାତ୍ର ଦୁର୍ଭାଗ୍ୟ ବଶତଃ ହାତୀ ଏହାକୁ ଖାଇଦେଇଥିତ୍ବା ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସାଇଲେଣ୍ଟ୍‌ ଭ୍ୟାଲି ଅଞ୍ଚଳରେ ୧୫ ବର୍ଷ ବୟସ୍କା ଗର୍ଭିଣୀ ହାତୀ ବିସ୍ଫୋରକ ଥିବା ସପୁରି ଖାଇ ଦେଇଥିଲା। ହାତୀର ପାଟିରେ ବଡ଼ କ୍ଷତ ସୃଷ୍ଟି ହୋଇଥିଲା। ହାତୀଟିର ମୃତ ଦେହ ମେ ୨୭ରେ ସ୍ଥାନୀୟ ନଦୀରେ ପଡ଼ିଥିବା ଖବର ମିଳିବା ପରେ ଜଙ୍ଗଲ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ଏହା ବେଆଇନ ହେଲେ ମଧ୍ୟ ଫସଲ ବଞ୍ଚାଇବା ଲାଗି ଲୋକେ ଏଭଳି କରୁଛନ୍ତି। ଏନେଇ ଦୃଢ଼ ଆଇନ ବ୍ୟବସ୍ଥା ପ୍ରଣୟନ ଉପରେ ଗୁରୁତ୍ୱାରୋପ କରାଯାଇଛି।

Share