ହାତୀଙ୍କ ସୁରକ୍ଷା ପାଇଁ ‘ଗଜବନ୍ଧୁ’ ଯୋଜନା: ଚଳପ୍ରଚଳ ରାସ୍ତାରେ ସିସିଟିଭି, ୬୫ ସ୍ଥାନରେ ଲାଗିବ ସ୍ପିଡ୍‌ ବ୍ରେକର୍‌

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଗତ କିଛି ଦିନ ଧରି ରାଜ୍ୟରେ ହାତୀମାନଙ୍କ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହାତୀଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଶନିବାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହାର ନାମ ରହିଛି ‘ଗଜବନ୍ଧୁ’ ଯୋଜନା। ଏହି ଯୋଜନାରେ ସାଧାରଣ ଲୋକଙ୍କୁ ସାମିଲ କରାଯିବ। ଏପରିକି ହାତୀଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଲେ ସୂଚନାକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ହାତୀଙ୍କ ଚଳପ୍ରଚଳ ରାସ୍ତାରେ ସିସିଟିିଭି ମଧ୍ୟ ଲଗାଯିବ। ଏହାଛଡ଼ା ଦୁର୍ଘଟଣା ରୋକିବାକୁ ୬୫ଟି ସ୍ଥାନରେ ସ୍ପିଡ୍‌ ବ୍ରେକର ମଧ୍ୟ ଲଗାଯିବ ବୋଲି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟ କୁମାର ମହାପାତ୍ର ସୂଚନା ଦେଇ କହିଛନ୍ତି।

Share