ହାତୀପଲ ଗାଁମୁହାଁ, ଗ୍ରାମବାସୀ ଭୟଭୀତ

ସଜନାଗଡ଼,୪ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡିହା ଅଭୟାରଣ୍ୟର ହାତୀପଲ ଗାଁମୁହାଁ ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜିଯାଇଛି। ଅଭୟାରଣ୍ୟ ପାଦଦେଶରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୫ଟି ହାତୀ ଆତଙ୍କ ଖେଳାଇ ଚାଲିଛନ୍ତି। ଏହି ଜଙ୍ଗଲକୁ ଲାଗି ରହିଥିବା ପାଖ ଗ୍ରାମର ଲୋକେ ଭୟଭୀତ ହୋଇପଡ଼ିଥିବାବେଳେ ବନବିଭାଗ କର୍ମଚାରୀମାନେ ମଧ୍ୟ ନାକେଦମ୍‌ ହୋଇପଡୁଛନ୍ତି। ସନ୍ଧ୍ୟାହେଲେ ଏହି ୫ଟି ହାତୀ ଖାଦ୍ୟ ଅନ୍ବେଷଣରେ ବାହାରି ବାଡ଼ିଘରେ ପଶି ବ୍ୟାପକ କ୍ଷତି ଘଟାଉଛନ୍ତି। ଗ୍ରାମବାସୀ ବାରମ୍ବାର ବନବିଭାଗଠାରେ ଜଣାଇବା ପରେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ଏଥିରେ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିବାବେଳେ ବନବିଭାଗ ହାତୀର ଗତିପଥକୁ ଲକ୍ଷ୍ୟ କରୁଛି ବୋଲି କହୁଛି।