Categories: ନୂଆପଡ଼ା

ହାତୀବନ୍ଧାରେ ‘ମୋ ଗାଁରେ ତହସିଲ’ କାଯ୍‌କରମ

ସିନାପାଲି, ୩।୧ (ଡି.ଏନ୍‌.ଏ.)-
ନୂଆପଡ଼ା ଜିଲା ସିନାପାଲି ତହସିଲ ଅଧୀନ ହାତୀବନ୍ଧାନେ ସିନାପାଲି ତହସିଲ ତରଫୁ ‘ମୋ ଗଁାରେ ତହସିଲ’ କାଯ୍‌କାରମ ଅନୁଷ୍‌ଠିତ ହେଇଯାଇଛେ। ସିନାପାଲି ତହସିଲଦାର କପିଳଦେବ ସାହୁକଁର ସଭାପତିତ୍ୱନେ ଅନୁଷ୍‌ଠିତ ଇ କାଯ୍‌କରମରେ ନୂଆପଡ଼ା ଉପଜିଲାପାଳ ତରଣୀସେନ ନାଏକ ମୁଖିଆ କୁନୁଅଁା ଆର ନୂଆପଡ଼ା ଡିଇଜିଏମ୍‌ ବୀରେନ୍ଦ୍ର କୁମାର ଦଣ୍ଡସେନା ମୁଖିଆ ବକ୍‌ତା ହିସାବେ ଯୋଗଦେଇଥିଲେ। ଇ କାଯ୍‌କରମକେ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝି ପରିଚାଲନା କରିଥିଲାବେଲେ ହାତୀବନ୍ଧା ରାଜସ୍ବ ନିରୀକ୍ଷକ ଉମାକାନ୍ତ ଭଟ୍ଟ, କେନ୍ଦୁମୁଣ୍ଡା ରାଜସ୍ବ ନିରୀକ୍ଷକ ଉମେଶ କୁମାର ମେହେର, ଗଣ୍ଡାବାହାଲି ରାଜସ୍ବ ନିରୀକ୍ଷକ ଗଙ୍ଗାଧର ଜଗତ, ହାତୀବନ୍ଧାର ପୂର୍ବତନ ସରପଁଚ୍‌ ଚିତ୍ରଭାନୁ ସିଂ ମାଝି, ସିଂଝର ରାଜସ୍ବ ନିରୀକ୍ଷକ ରଞ୍ଜନ ସାହୁ, ଟିମନପୁର ରାଜସ୍ବ ନିରୀକ୍ଷକ ଦେବରାଜ ତ୍ରିପାଠୀ, ଉଦ୍ଧବ ଶବର, ଅର୍ଜୁନ ପଣ୍ଡା, ଅନ୍ତ ମାଝି ପରମୁଖ ଉପସ୍ଥିତ ଥିଲେ। ଇ ଅବ୍‌ଛରରେ ଭିନେ ଭିନେ ରାଜସ୍ବ ସେବା, ରାଜସ୍ବ ଅନ୍‌ଲାଇନ୍‌ ବେବସ୍‌ତା, ରାଜସ୍ବ ଅସୁଲ, ଭିନେ ଭିନେ ପରମାନପତର ଦେବାର ବାବ୍‌ଦେ, ପଟ୍ଟା ବଁଟା, ଅଭିଯୋଗ ଛିନା ସଂଗେ ରାଜସ୍ବ ସଚେତନତା କରାଯାଇଥିଲା। ଇ କାଯ୍‌କରମ ଜରିଆରେ ୧୦୨ ଝନ୍‌କୁ ପଟ୍ଟା ବଁଟାଯାଇଥିଲା। ସେନ୍‌ତା ୩୧୫ ଝନ୍‌କୁ ଭିନେ ଭିନେ ପରମାନପତର ଦେବାର ସଂଗେ ୭୩ ଝନ୍‌କର ଅଭିଯୋଗ ଛିନା ଯାଇଥିଲା। କାଯ୍‌କରମ ଜରିଆରେ ଲୋକ୍‌ ନିଜର ଗଁାରେ ରାଜସ୍ବ ବିଭାଗର ସୁବିଧା ସୁଯୋଗ ପାଇପାରବେ ବଲି ମଞ୍ଚାସୀନ ଅତିଥିମାନେ ସଭାରେ ଠୋଲ୍‌ ହେଇଥିବାର ଲୁକ୍‌କୁ ବୁଝେଇଥିଲେ। ଇ କାଯ୍‌କରମରେ ସିନାପାଲି ତହସିଲ ଅଧୀନ ଭିନେ ଭିନେ ଜନସେବା କେନ୍ଦ୍ରର କରମ୍‌କରତା ଉପସ୍ଥିତ ରହି କାଯ୍‌କରମ ପରିଚାଲନାରେ ସହଯୋଗ କରିଥିଲେ।