Categories: ଫୁରସତ

ହାତୀମଳରୁ ତିଆରି ହେବ କଫି, ୧ କପ୍‌ର ଦାମ୍‌ ୫ ହଜାର ଟଙ୍କା

କାନାଡ଼ାର ବିଜ୍‌ନେସ୍‌ ମ୍ୟାନ୍‌ ବ୍ଲାକ୍‌ ଡିଙ୍କିନ୍‌ ଏମିତି କଫି ତିଆରି କରିବାକୁ ଯାଉଛନ୍ତି ଯାହାର ପ୍ରସ୍ତୁତି ପ୍ରଣାଳୀ ଆଉ ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କଫି ହାତୀ ମଳରୁ ତିଆରି ହେବ। ଏକ ରିପୋର୍ଟ ଅନୁଯାୟୀ, କଫିର ନାଁ ରହିଛି ‘ବ୍ଲାକ୍‌ ଆଇବରୀ’।

ଗୋଟିଏ କପ୍‌ର ଦାମ୍‌ ୪,୨୦୦ ଟଙ୍କାରୁ ଊର୍ଦ୍ଧ୍ୱ। ହାତୀ ମଳରୁ କଫି ପ୍ରସ୍ତୁତ କରିବାର କାରଣ ହେଲା ହାତୀ ଡାଳପତ୍ର ଖାଇଥାନ୍ତି। ତେଣୁ ସେଲୁଲେସ୍‌ ଯୋଗୁ ଗୋବରରେ ମିଠା ଅଂଶ ଥାଏ। ତେଣୁ ଡିଙ୍କିନ୍‌ ଏପରି କରିବାକୁ ଆଗେଇ ଆସିଥିବା କହିଛନ୍ତି। ଡିଙ୍କିନ୍‌ଙ୍କ ଏହି ପ୍ରସ୍ତୁତିକୁ ନେଇ ଲୋକେ ତାଙ୍କୁ ବହୁତ ଚିଡ଼ାଉଛନ୍ତି। ଲୋକେ ତାଙ୍କୁ ବ୍ରୁ ନଂ -୨, ଗୁଡ୍‌ ଟୁ ଲାଷ୍ଟ ଡ୍ରପିଙ୍ଗ୍‌ ଆଦି ଡାକି ଚିଡ଼ାଉଛନ୍ତି।

କିନ୍ତୁ ସେ ଏହାକୁ ନେଇ ଖୁବ୍‌ ଗମ୍ଭୀର ଥିବାବେଳେ ନିଜ କାମରେ ଲାଗିପଡ଼ିଛନ୍ତି। ଏହି କଫିର ଖାସ୍‌ କଥା ହେଲା ଏହା ଉଭୟ ଚା’ ଏବଂ କଫିର ସ୍ବାଦ ଦେବ। ଏସିଆନ୍‌ ହାତୀଙ୍କ ଠାରୁ ମିଳୁଥିବା ଏହି ଗୋବରରୁ କଫି ପ୍ରସ୍ତୁତ କରାଯାଉଛି। ୩୪ କିଲୋଗ୍ରାମ ଗୋବରରୁ ୧ କିଲୋଗ୍ରାମ କଫି ପ୍ରସ୍ତୁତ କରାଯାଉଛି। ଏହାର ଦାମ୍‌ରୁ ଜାଣିପାରୁଥିବେ ଏହା ପଞ୍ଚତାରକା ହୋଟେଲରେ ହିଁ ମିଳିପାରିବ।

Share