ହାତୀଶାଳ କଲୋନିରେ ବାହାର ରାଜ୍ୟର ୫ ବ୍ୟକ୍ତି

ଜୟପୁର,୭ା୫(ଡି.ଏନ.ଏ): କୋରାପୁଟ ଜିଲା ଜୟପୁର ସହର ଉପକଣ୍ଠ ହାତୀଶାଳ କଲୋନିଠାରେ ମହାରାଷ୍ଟ୍ର ରାଜ୍ୟର ରେଜିଷ୍ଟ୍ରେଶନ ଥାଇ ଏକ ଇନୋଭା କାର ଏବଂ ସେଠାରେ ଜଣେ ବ୍ୟକ୍ତିଙ୍କ ଘରେ ବାହାର ରାଜ୍ୟର ୫ଜଣ ବ୍ୟକ୍ତି ରହୁଥିବା ଜଣାପଡିଛି। ଏହାକୁ ନେଇ କଲୋନି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହାତୀଶାଳ କଲୋନିଠାରେ ଏହି କାର୍‌(ଏମ୍‌ଏଚ୍‌୩୧ ଡିକେ- ୮୫୮୫) ଗତ ଦେଢମାସରୁ ଊର୍ଦ୍ଧ୍ୱ ହେଲା ରହୁଛି। ଉକ୍ତ କାରରେ ବାହାର ରାଜ୍ୟର ୨ଜଣ ମହିଳାଙ୍କ ସମେତ ୫ଜଣ କଲୋନିର ଜଣେ ଲୋକଙ୍କ ଘରେ ରହୁଛନ୍ତି। ଏନେଇ ସଦର ଥାନାକୁ ଯୋଗାଯୋଗ କରିବାରୁ ଏସମ୍ପର୍କରେ ତାଙ୍କ ନିକଟରେ କିଛି ଅଭିଯୋଗ ହୋଇନି। ତେବେ ଏହାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଶିବଶଙ୍କର ସାହୁ କହିିଛନ୍ତି।

Share