ହାତୀ ଆକ୍ରମଣରେ ଚାଷୀ ମୃତ: କ୍ଷତିପୂରଣ ଦାବି

ଲୋଇସିଂହା,୧୬।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ବନଖଣ୍ଡ ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଧଉଁରାଦାଦର ଗାଁରେ ହାତୀ ଆକ୍ରମଣରେ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀରାମ ବିଶାଳ (୪୫)।
ସୂଚନାଯୋଗ୍ୟ, ଶ୍ରୀରାମ ଗ୍ରାମ ନିକଟ ଚାଷଜମିକୁ ଶୁକ୍ରବାର ରାତିରେ ଜଗିବାକୁ ଯାଇ ଶନିବାର ସକାଳେ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍‌ ହାତୀର ସମ୍ମୁଖୀନ ହୋଇଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମର ଅନ୍ୟ ଚାଷୀ ସକାଳୁ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ଜାଣି ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ ଅଧିକାରୀ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକେ ଶ୍ରୀରାମଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ପାଟିତୁଣ୍ଡ କରିଥିଲେ। ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରତିଶ୍ରୁତି ମିଳିବା ପରେ ଲୋକେ ଶାନ୍ତ ହୋଇଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ଲାଗି ବଲାଙ୍ଗୀର ମେଡିକାଲ ପଠାଯାଇଛି।

Share