ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା: ଧରିତ୍ରୀ ଖବରକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ଦାୟର, ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବି

ହାଟଡ଼ିହୀ,୧୯।୫(ଡି.ଏନ୍‌.ଏ.): ଗତ ୧୭ରେ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ନୂଆରୁଗୁଡ଼ି ଗ୍ରାମର ଜଗନ୍ନାଥ ମଲ୍ଲିକ(୫୩) ଏବଂ ୧୮ରେ ମଇଚାଇପଦା ଗ୍ରାମର ସଞ୍ଜୁଲତା ରାଉତ(୫୨)ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେହିଭଳି ପୂର୍ବରୁ ମଧ୍ୟ କୁଶଟିକିରି ଗ୍ରାମର ଖୁଖା ଖଣ୍ଡେଇ(୫୪)ଙ୍କର ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଏ ନେଇ ଧରିତ୍ରୀ ଓ୍ବେବ୍‌ ପୋର୍ଟାଲରେ ଖବର ପ୍ରକାଶ ପାଇବା ପରେ ହିମାଂଶୁ ଶେଖର ନାୟକ ନାମକ ଜଣେ ବ୍ୟକ୍ତି ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ଦାୟର କରିଛନ୍ତି। ସେ ତାଙ୍କ ଅଭିଯୋଗ ଡାଏରୀ(ନଂ-୫୭୪୧/ଆଇଏନ୍‌/୨୦୧୯)ରେ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ କାର୍ଯ୍ୟରେ ଅବହେଳା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦର୍ଶାଇଛନ୍ତି। ତେବେ ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି ଆନନ୍ଦପୁର ଡିଏଫ୍‌ଓ ଅଜିତ୍‌ ଶତପଥୀ ଓ ହଦଗଡ଼ ରେଞ୍ଜର ସୁରେନ୍ଦ୍ର ହେମ୍ବ୍ରମ କହିଛନ୍ତି।

Share