ହାତୀ ଆକ୍ରମଣରେ ୨ ମୃତକ ପରିବାରକୁ ୪ ଲକ୍ଷ ଲେଖାଏ ସହାୟତା

ବଡ଼ଗାଁ,୨୬ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନରେ ହାତୀ ଉପଦ୍ରବ ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ଏଥିଯୋଗୁ ବହୁ ଧନ, ଜୀବନ ହାନି ହୋଇଥାଏ। ଗତବର୍ଷ ହାତୀ ଆକ୍ରମଣରେ ମୃତ ଫରେଷ୍ଟ ରେଞ୍ଜ ଅଧୀନ ଶିଆଳଜୋର ଗାଁର ଗୋବିନ୍ଦ ସାଙ୍କ ସ୍ତ୍ରୀ ଅନିତା ଓ ଟାଙ୍ଗରାବାହାଲ ଗାଁର କିଶୋର ପ୍ରଧାନଙ୍କ ସ୍ତ୍ରୀ ବୀଣାଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି। ରେଞ୍ଜର ରୁନେନ୍ଦ୍ର କୁମାର ସ୍ବାଇଁ ଉଭୟଙ୍କୁ ଚେକ୍‌ ପ୍ରଦାନ କରିଛନ୍ତି।