ହାତୀ ଆକ୍ରମଣରେ ୨ ମୃତ

ହାଟଡିହି,୧୮।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ହାତୀ ଆକ୍ରମଣରେ ୨୪ ଘଣ୍ଟା ନପୁରୁଣୁ ୨ଜଣଙ୍କ ପ୍ରାଣହାନୀ ଘଟିଛି। ଶନିବାର ସକାଳୁ କାନପୁର-ମରଚାଇପଦା ଗଁ।ର ମରାମଚନ୍ଦ୍ର ରାଉତଙ୍କ ପତ୍ନୀ ସଞ୍ଜୁଲତା (୫୨) ନିଜ ବଗିଚାକୁ ଆମ୍ବ ତୋଳିବାକୁ ଯାଉଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସଞ୍ଜୁଲତାଙ୍କ ମୃତ୍ୟୁ ହୋଇଛି। ସେହିପରି ଶୁକ୍ରବାର ରାତିରେ ନୂଆରୁଗୁଡି ଗଁାର ଜଗନ୍ନାଥ ମଲ୍ଲିକ(୫୩) ଶୌଚ ହେବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଗତ ୬ ଦିନ ପୂର୍ବରୁ ହାତୀ ଆକ୍ରମଣରେ ଅନ୍ୟଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Share