ହାତୀ ଆତଙ୍କ: ପୁଣି ଭାଙ୍ଗିଲା ୪ ଘର

ଜମନକିରା,୧୫।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଡ଼ରମା ରେଞ୍ଜ ଖର୍ସନମାଲ ଗାଁରେ ଗତ ୨ ତାରିଖ ବିଳମ୍ବିତ ରାତିରେ ଗୋଟିଏ ଦନ୍ତାହାତୀ ଆତଙ୍କରାଜ ଚଳାଇ ୧୦ ଜଣଙ୍କ ଘର ଭାଙ୍ଗିବା ସହ ବାଡ଼ିବଗିଚା  ନଷ୍ଟ କରିଦେଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ପୁନର୍ବାର ୪ ଜଣଙ୍କ ଘରଦ୍ୱାର ଭାଙ୍ଗି ନଷ୍ଟ କରିଦେଇଛି। ଏନେଇ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ରାଶି ଆକଳନ କରିବା ସହ ଲିଖିତ ଅଭିଯୋଗ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ହାତୀଙ୍କ ଦାଉରୁ କିପରି ରକ୍ଷା କରାଯାଇ ପାରିବ ସେନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରବର୍ତ୍ତାଉଥିବା ବନ ବିଭାଗ ପକ୍ଷରୁ ଡିଏଫ୍‌ଓ ନୃସିଂହଚରଣ ମିଶ୍ର ପ୍ରକାଶ କରିଛନ୍ତି। ଦନ୍ତାହାତୀଟି ନିକଟସ୍ଥ ବଡ଼ରମା ଜଙ୍ଗଲରୁ ବାହାରି ଜମନକିରା ବ୍ଲକ୍‌ କାଣିବନ୍ଧଲି ଗାଁ କିସାନପଡ଼ା, ଗୌଡ଼ପଦା, ଭୁବରାପାଲିର ଛାୟା ମିର୍ଦ୍ଧା, ରାଜେନ୍ଦ୍ର ମାଝୀ, ଦିନବନ୍ଧୁ ମାଝୀ, ସନ୍ତୋଷିନୀ ମାଝୀଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି।

Share