ବଡ଼ଗାଁ,୪।୮(ଡି.ଏନ୍.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନରେ ମାସେ ହେଲା ରହି ଆସୁଥିବା ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଶନିବାର ରାତିରେ ଉପଦ୍ରବ ଘଟାଇଛି। ବିଳମ୍ବିତ ରାତିରେ କୁସୁମଡେଗୀ ନିକଟ ପାହାଡ଼ ଟୋଲିର ବିନୁ ଟପ୍ପୋ ଓ ଜନୁ ଟପ୍ପୋଙ୍କ ଘର ଭାଙ୍ଗି ଦେଇଛି। ଗ୍ରାମବାସୀ ଘଉଡାଇ ଦେବାରୁ ହାତୀଟି ଗରଖଡ଼ବାହାଡ଼ ପଟକୁ ଚାଲି ଆସିଥିଲା। ସେହିପରି ରାତି ପ୍ରାୟ ୩ଟାରେ ହରିହର ପୃଷ୍ଟେଙ୍କ ବାଡ଼ିରେ ଲଗାଯାଇଥିବା ମକା ଖାଇବା ପରେ ବଦନ ନାଏକଙ୍କ ବଗିଚା ପାଚେରି ଭାଙ୍ଗି ଦେଇଛି। ସେଠାରୁ ଗ୍ରାମବାସୀ ଘଉଡ଼ାଇ ଦେବାରୁ ବୁଦନା ଗ୍ରାମ ଦେଇ ମହାବୀର ପାହାଡ଼କୁ ଚାଲିଯାଇଛି। ଜଙ୍ଗଲ ମଧ୍ୟରେ ରହୁଥିବା ୧୪ଟି ହାତୀ ମଧ୍ୟରୁ ଗୋଟିଏ ହାତୀ ଅଲଗା ହୋଇଯାଇଛି।