ରାଇନାଳୀ ଗ୍ରାମରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ବଇଣ୍ଡା,୧୫।୧୦(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ରାଇନାଳୀ ଗ୍ରାମରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲରୁ ହାତୀମାନେ ଗ୍ରାମାଭିମୁଖୀ ହୋଇ ଧାନ, ପନିପରିବା ଫସଲ ନଷ୍ଟ କରୁଛନ୍ତି। ଏଥିଯୋଗୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ବନବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଯାଉ ନ ଥିବା ଯୋଗୁ ଗ୍ରାମବାସୀ ନିଆଁ ହୁଳା ଧରି ରାତ୍ରି ଉଜାଗର ରହୁଛନ୍ତି। ତୁରନ୍ତ ଏଥିପ୍ରତି ବନବିଭାଗ ପଦକ୍ଷେପ ନେଇ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।