Advertisement

ହାତୀ ଉପଦ୍ରବ: ଭାଙ୍ଗିଲେ ଫାର୍ମ ହାଉସ୍‌, ଉଜାଡ଼ିଲେ ଧାନ ଫସଲ; କ୍ଷତିପୂରଣ ଦାବି କଲେ ଅଞ୍ଚଳବାସୀ

ପାଟଣା,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମିବାର ନଁା ଧରୁନାହିଁ। ହାତୀ ଉପଦ୍ରବରେ ଗରିବ ଚାଷୀମାନେ ବିଶେଷଭାବେ ପ୍ରଭାବିତ ହେଉଛନ୍ତି। ଏକ ଦଳରେ ଥିବା ୨୩ ଝାଡ଼ଖଣ୍ଡୀ ହାତୀ ଚମ୍ପୁଆ ରେଞ୍ଜରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଜ୍ୟୋତିପୁର ଫୁଲକଁଳେଇ କଙ୍କଡା ଗ୍ରାମଦେଇ ପାଟଣା ରେଞ୍ଜ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜରେ ପଶିଥିଲେ। ପରେ ଡିମିରିଗୁଡାରେ ଧାନ ଫସଲ ଚକଟି ନଷ୍ଟ କରିବା ସହ ଅଖିଳ ଚନ୍ଦ୍ର ନାଏକଙ୍କ ଏକ ଫାର୍ମ ହାଉସ୍‌ ପିଲାରର କାନ୍ଥ ଓ ଆଜ୍‌ବେଷ୍ଟସ୍‌ ଭାଙ୍ଗି ଦେଇଛନ୍ତି। ଏବେ ହାତୀପଲ ପାଟଣା ରେଞ୍ଜ ସାହରପଡ଼ା ବ୍ଲକ ମଙ୍ଗଳପୁର ଜଙ୍ଗଲରେ ଥିବା ସୂଚନା ମିଳିଛି। ବନ ବିଭାଗ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଖୁବ୍‌ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share