Advertisement

ହାତୀ ଖାଇଗଲେ ପରିବା ଫସଲ

ପାଟଣା,୨୦।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦେଇପଶି ବିଟ୍‌ ଅନ୍ତର୍ଗତ ସାନ ଗମ୍ଭାରିଆ ଗ୍ରାମରେ ବୁଧବାର ରାତିରେ ୧୩ଟିକିଆ ବଣୁଆ ହାତୀ ଚାଷୀଙ୍କ ବାଡ଼ିରେ ପଶି ବ୍ୟାପକ ପନିପରିବା ଖାଇଯାଇଛନ୍ତି। ଉକ୍ତଗ୍ରାମର ପ୍ରଦୀପ ମହାନ୍ତ, ଶରତ ମହାନ୍ତ ଓ କୈଳାସ ମହାନ୍ତଙ୍କ ବାଡ଼ିରେ ପଶି ଫୁଲ କୋବି, ବନ୍ଧା କୋବି, ବିନ ,ବିଲାତି ସହ ଖଳାରେ ଥିବା ଧାନ ମଧ୍ୟ ଖାଇବା ସହ ମାଡିଦଳି ନଷ୍ଟ କରିଦେଇଛନ୍ତି। ଏହି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ ଦାବି କରିଛନ୍ତି। ଏହି ହାତୀ ପଲ ଗୁରୁବାର ସକାଳୁ ଶ୍ୟାମସୁନ୍ଦରପୁର ଦେଇ ସଦର ରେଞ୍ଜ ରଘୁନାଥପୁର ବିଟ୍‌କୁ ଚାଲି ଯାଇଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share