Categories: ଫୁରସତ

ହାତୀ ଜାଣିପାରେ କମ୍‌ ବେଶୀର ତଫାତ

କୁକୁରର ଘ୍ରାଣ ଶକ୍ତି ବା ଶୁଙ୍ଘିବା ଶକ୍ତି ଅଧିକ ବୋଲି ଆମେ ଜାଣିଛେ। କିନ୍ତୁ ହାତୀମାନଙ୍କର ଶୁଙ୍ଘିବା ଶକ୍ତି ପ୍ରଖର ବୋଲି ଜାଣିଛନ୍ତି କି? ହାତୀ ଶୁଣ୍ଢରେ ଶୁଙ୍ଘି ଜାଣି ଦେଇଥାଏ କମ୍‌ ବେଶୀର ତଫାତ୍‌। ଆମେରିକାର ଗବେଷକ ୧୬ରୁ ୪୫ ବର୍ଷ ବୟସର ଥାଇଲାଣ୍ଡରେ ହାତୀଙ୍କୁ ନେଇ ପରୀକ୍ଷା କରି ଏହା ଜାଣିପାରିଛନ୍ତି। ଗବେଷଣାକାରୀ କୁହନ୍ତି, ହାତୀଙ୍କର ଶୁଙ୍ଘିବା କ୍ଷମତା ଅନ୍ୟ ଜୀବଜନ୍ତୁଙ୍କଠାରୁ ବେଶୀ। ଏହି ପରୀକ୍ଷା କରିବା ପାଇଁ ଏକ ବାଲ୍‌ଟିରେ ୨୪ ଗ୍ରାମ ସୂର୍ଯ୍ୟମୁଖୀ ମଞ୍ଜି ଏବଂ ଆଉ ଗୋଟିଏ ବାଲ୍‌ଟିରେ ୪ ଗ୍ରାମ ସୂର୍ଯ୍ୟମୁଖୀ ମଞ୍ଜି ନିଆଯାଇଥିଲା। ତେବେ ହାତୀମାନେ କମ୍‌ ବେଶୀ ପରିମାଣ ଶୁଙ୍ଘି ଜାଣିପାରିଥିଲେ। ନରହାତୀ ଏହି ତରିକା ଖୁବ୍‌ ଶୀଘ୍ର ଆଉ ଭଲ ଭାବେ କରିପାରନ୍ତି। କାରଣ ଭୋକ ଲାଗିଲେ ତାଙ୍କର ଶୁଙ୍ଘିବା ଶକ୍ତି ଆହୁରି ବଢ଼ିଯାଇଥାଏ। ଫଳରେ ସେମାନେ କମ୍‌ ବେଶୀର ତଫାତ୍‌ ସଙ୍ଗେ ସଙ୍ଗେ ଜାଣିପାରନ୍ତି। ଆହୁରି ମଧ୍ୟ ଗବେଷକମାନେ କୁହନ୍ତି, ଋତୁ ବଦଳିବା ସହିତ ଖାଦ୍ୟ ଏବଂ ପାଣି ଅନ୍ବେଷଣରେ ବହୁ ଦୂର ପର୍ଯ୍ୟନ୍ତ ଚାଲିଯାଇଥାନ୍ତି ଏମାନେ। ଫଳରେ ଭୋକିଲା ଥିବାରୁ ମଣିଷମାନଙ୍କୁ ଆକ୍ରମଣ କରିଥାନ୍ତି।

Share