ହାତୀ ନେଲା ୪ଜଣଙ୍କ ଜୀବନ

ପଦ୍ମପୁର, ୬/୪ (ଡି.ଏନ.ଏ.) – ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ରବିବାର ବିଳମ୍ବିତ ରା ତିରେ ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛନ୍ତି। ସେମାନେ ହେଲେ, ପଦ୍ମପୁର ସ୍ବସ୍ତିକନଗର ରଜାପଡାର ଦ୍ବାରିକାନାଥ ପାଣ୍ଡେ(୭୫), ପୁଅ ମଲେଇ ପାଣ୍ଡେ (୪୫), ନାତି ଚିଣ୍ଟୁ ପାଣ୍ଡେ(୭) ଏବଂ ବାଜେନମୁଣ୍ଡାର ହେମସାଗର ସାହୁ(୫୦) । ମୃତକମାନେ ଶୋଇଥିବା ବେଳେ ୨ଟି ହାତୀ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଏବଂ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବନ ବିଭାଗ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଯାଇ ପହଞ୍ଚିଛନ୍ତି। ଘଟଣାଟି ପଦ୍ମପୁରବାସୀଙ୍କୁ ସ୍ତବ୍ଧ କରିଛି।