Categories: ରାଜ୍ୟ

ହାତୀ ମୃତ୍ୟୁ ଘଟଣା: ବିଦ୍ୟୁତ୍‌ ତାର ଜବତ, ଶିକାରୀ ଗିରଫ

ଢେଙ୍କାନାଳ ଅଫିସ,୧୭।୬-ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କଡଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତ ୧୨ରେ ଏକ ଦନ୍ତାହାତୀ ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା। ଏହି ଘଟଣାରେ ବନବିଭାଗ ସୋମବାର ଉକ୍ତ ଗ୍ରାମର ଶିକାରୀ ବିଶ୍ୱନାଥ ସାମଲ(୫୮)ଙ୍କୁ ଗିରଫ କରିଛି। ତାଙ୍କଠାରୁ ଘଟଣାସ୍ଥଳରେ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଓ ଖୁଣ୍ଟ ଜବତ କରାଯାଇଛି। ବନବିଭାଗ କର୍ମଚାରୀମାନେ ବିଶ୍ୱନାଥଙ୍କୁ ଜିଲା ବନଖଣ୍ଡ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିବାପରେ ସେ ବନବିଭାଗ ଅଧିକାରୀଙ୍କ ସମ୍ମୁଖରେ ସମସ୍ତ ଘଟଣା ସ୍ବୀକାର କରିଥିବା ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ରନାଥ ଦାସ ସୂଚନା ଦେଇଛନ୍ତି। ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ଚାର୍ଜ କରି ବିଛାଯାଇଥିବାବେଳେ ଏକ ଦନ୍ତା ହାତୀ ସେହି ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲା।

Share