Categories: ଫୁରସତ

ହାତ ନାହିଁ, ପାଦରେ ଲେଖି ପରୀକ୍ଷାରେ ପାସ୍‌ କଲେ ଛାତ୍ର

ଆମେଠି: କୁହାଯାଏ, ଭଗବାନ ଯାହାକୁ ଯେମିତି ସୃଷ୍ଟି କରିଛନ୍ତି, ତାକୁ ସେମିତି ବୁଦ୍ଧି ବିବେକ ମଧ୍ୟ ଦେଇଛନ୍ତି। ଏହି ଉକ୍ତିଟି ଉତ୍ତରପ୍ରଦେଶର ଅମର ବାହାଦୂର ନାମକ ଜଣେ ଛାତ୍ରଙ୍କଠାରେ ଶତ ପ୍ରତିଶତ ପ୍ରମାଣିତ ହୋଇଛି। ଈଶ୍ୱର ତାଙ୍କୁ ହାତ ଦେଇ ନାହାନ୍ତି ସତ ମାତ୍ର ଅମର ତାଙ୍କ ପାଦରେ ପରୀକ୍ଷା ଦେଇ ଭଲ ନମ୍ବର ରଖି ମାଟ୍ରିକ୍‌ ପାସ୍‌ କରିଛନ୍ତି। ପିଲାଟି ଦିନରୁ ତାଙ୍କର ଦୁଇ ହାତ ନାହିଁ। ସେ ଗୋଡ଼ରେ ସବୁ କାମ ଭଲ ଭାବରେ କରିପାରନ୍ତି। ଏପରିକି ୨୦୧୭ରେ ରାମବଳୀ ଇଣ୍ଟର କଲେଜରେ ଅମର ହାଇସ୍କୁଲ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ସେ ଗୋଡ଼ରେ ଲେଖିଥିଲେ। ମାତ୍ର ଯେତେବେଳେ ରେଜଲ୍ଟ ବାହାରିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ୫୯ ପ୍ରତିଶତ ନମ୍ବର ରଖି ଅମର ଗଁାର ସମ୍ମାନ ବଢ଼ାଇ ଦେଇଥିଲେ। ଉଚ୍ଚଶିକ୍ଷା ପାଇଁ ତାଙ୍କର ଇଚ୍ଛା ଅଛି। ମାଆ କେବଳା ଦେବୀ ଏବଂ ବାପା ରମଲଖନଙ୍କ ଇଚ୍ଛା ଦିବ୍ୟାଙ୍ଗ ପୁଅକୁ ଉଚ୍ଚଶିକ୍ଷିତ କରିବେ କିନ୍ତୁ ଅର୍ଥ ବାଧକ ସାଜିଛି ବୋଲି କୁହନ୍ତି।

Share