ହାତ ପାହାନ୍ତାରେ ସେବା ଦେବ ସଚେତକ ଆପ୍‌

ଭୁବନେଶ୍ୱର, ୫ା୬(ବ୍ୟୁରୋ)-ବର୍ତ୍ତମାନ ସମୟରେ ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କ ଧ୍ୟାନ ନେବା ନିହାତି ଆବଶ୍ୟକ। ଲକ୍‌ଡାଉନ୍‌ ସମୟରେ କିପରି ଘରେ ରହି ସମସ୍ତ ସେବା ହାତ ପାହାନ୍ତାରେ ଉପଲବ୍ଧ କରାଇହେବ, ସେନେଇ ବିଏମ୍‌ସି ପକ୍ଷରୁ ସଚେତକ୍‌ ଆପ୍‌ ଜାରି କରାଯାଇଛି। ଏହି ଆପରେ କୌରଣସି ଏକ ନିର୍ଦ୍ଧିଷ୍ଟ ରୋଗ ଉପରେ ଜନସାଧାରଣ ବିଶେଷଜ୍ଞଙ୍କ ମତାମତ ନେଇପାରିବେ। ଭୁବନେଶ୍ୱରରେ କରୋନାର କ’ଣ ସ୍ଥିତି ରହିଛି ଓ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହୋଇଛି, ସ୍ବାସ୍ଥ୍ୟ ପରୀକ୍ଷା ପରି ବହୁ ସେବାକୁ ଉକ୍ତ ଆପରେ ବିଏମ୍‌ସି ଉପଲବ୍ଧ କରାଇଛି। ସେହିପରି ଆପରେ ଭୁବନେଶ୍ୱର ନାଗରିକମାନେ ସେମାନଙ୍କର ମତାମତ କିମ୍ବା କୌଣସି ସମସ୍ୟା ବିଏମ୍‌ସିକୁ ଜଣାଇପାରିବେ ଓ କିଛି ପରାମର୍ଶ ଦେଇପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଆପ ବ୍ୟବହାର କରିବାରେ ସମସ୍ତ ନାଗରିକଙ୍କ ତଥ୍ୟକୁ ଗୋପନୀୟ ରଖାଯିବ ବୋଲି ବିଏମ୍‌ସି କହିଛି।

Share