ହାତ ବାନ୍ଧି ବସିଛନ୍ତି ଘରୋଇ ଗାଡି ଚାଳକ

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.): ଲକ୍‌ଡାଉନ ବେଳେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘରୋଇ ଗାଡି ଚାଳକମାନେ ହାତ ବାନ୍ଧି ବସଛନ୍ତି। ଏଥିଯୋଗୁ ସେମାନଙ୍କ ପରିବାର ହାହୁତାଶ ମଧ୍ୟରେ ଜୀବନ ବିତାଉଛନ୍ତି। ସମାଜର ବିଭିନ୍ନ ଦୁର୍ବଳ ବର୍ଗକୁ ସରକାର ସହାୟତା ଦେବା ପାଇଁ ଘୋଷଣା କରିଥିବାବେଳେ ଗାଡି ଚାଳକଙ୍କୁ ସହାୟତା ଦେବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ଖପ୍ରାଖୋଲ ବ୍ଲକ ମୋଟର ଚାଳକ ସଂଘ ତରଫରୁ ସ୍ଥାନୀୟ ବିଡିଓ ତରଣୀ ସୁନାଙ୍କୁ ବୁଧବାର ପ୍ରଦାନ କରାଯାଇଛି। ଏହି ଅବସରରେ ବ୍ଲକ ସଭାପତି ବିନାୟକ ବନଛୋର, ସମ୍ପାଦକ ନୀଳମଣି ସାହୁ, ରାଧାକାନ୍ତ ବନଗୁଲା, ବିବେକ ପଧାନ, ସୁରେନ୍ଦ୍ର ସାହୁ, ଦେବ ପଟ୍ଟନାୟକ, ସୁରେନ୍ଦ୍ର ପୁଟେଲ, ଉମାକାନ୍ତ ପଧାନ ପ୍ରମୁଖ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share