ହାତ ମିଳାଅନି, ଆଲିଙ୍ଗନ କରନି

ଭୁବନେଶ୍ୱର,୪।୩(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା କରାଯାଇଛି। ଏନେଇ ସୂଚନା ଦେଇ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ରାଜ୍ୟରେ କରୋନା ରକ୍ତ ପରୀକ୍ଷା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ହେବ। କଟକ ଏସ୍‌ସିବି ଓ ଆର୍‌ଏମ୍‌ଆର୍‌ସିରେ ରକ୍ତ ପରୀକ୍ଷା ବ୍ୟବସ୍ଥା କରାଯିବ। କୌଣସି ସ୍ଥାନରେ ଏକାଠି ନ ହେବା, ବଡ଼ ସଭାସମିତି ନ କରିବାକୁ ପରାମର୍ଶ ଦିଆଯାଇଛି। କରମର୍ଦ୍ଦନ ଓ ଆଲିଙ୍ଗନ ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, କରୋନା ତଦାରଖ ପାଇଁ ଡିଏମ୍‌ଇଟିଙ୍କୁ ଦାୟିିତ୍ୱ ଦିଆଯାଇଛି। ବିମାନବନ୍ଦର ଓ ହସ୍ପିଟାଲଗୁଡ଼ିକୁ ଆଲର୍ଟ କରାଯାଇଛି। ବିମାନ ଯାତ୍ରୀଙ୍କୁ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ରାଜ୍ୟର ସମସ୍ତ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କ୍ରିନିଂରେ ସନ୍ଦେହ ହେଲେ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ କୁହାଯାଇଛି।

Share