‘ହାଥୀ ମେରେ ସାଥୀ’ରେ ନଜରକୁ ଆସିବେ ରାଣା ଦଗ୍ଗୁବତୀ, ଶେୟାର କଲେ ନୂଆ ପୋଷ୍ଟର

ବମ୍ବେ: ବ୍ଲକବଷ୍ଟର ଚଳଚ୍ଚିତ୍ର ‘ବାହୁବଲୀ’ରେ ଭଲ୍ଲାଲଦେବ ଚରିତ୍ରରେ ନଜରକୁ ଆସି ବାହାବାଃ ସାଉଁଟିଥିଲେ ଅଭିନେତା ରାଣା ଦଗ୍ଗୁବତୀ। ଫିଲ୍ମରେ ତାଙ୍କ ଚରିତ୍ରଠାରୁ ଆରମ୍ଭ କରି ଟ୍ରାନ୍ସଫର୍ମେଶନ ଚର୍ଚ୍ଚାରେ ରହିଥିଲା। ଏବେ ସେମିତି କିଛି ହୋଇଛି। ଆଗାମୀ ଫିଲ୍ମ ‘ହାଥୀ ମେରେ ସାଥୀ’ରେ ରାଣା ବନଦେବ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ରାଣାଙ୍କ ରହିଛି ପ୍ରମୁଖ ଭୂମିକା। ଫିଲ୍ମ ଲାଗି ଅନେକ କଷ୍ଟ କରୁଛନ୍ତି ସେ। ତାଙ୍କ ଚରିତ୍ରଟି ଜଙ୍ଗଲରେ ରହୁଥିବା ଜଣେ ବ୍ୟକ୍ତିର ଚରିତ୍ର। ଏଥିଲାଗି ସେ ପୁଣିଥରେ ନିଜର ଓଜନ ବଢ଼ାଇଛନ୍ତି। ଏହାର ଏକ ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ରାଣାଙ୍କୁ ଏକ ଚିତାବାଘ ଓ ହାତୀ ସହ ଦେଖିବାକୁ ମିଳୁଛି। ଫଟୋଟିକୁ ଶେୟାର କରି ସେ ଲେଖିଛନ୍ତି, ଏବେ ବିପଦରେ ଜଙ୍ଗଲ। ହେଲେ ଯେଉଁ ଲୋକ ଏହାକୁ ଘର ବୋଲି ଭାବନ୍ତି, ସେ ସଚେତନ ଅଛନ୍ତି ଏବଂ ପ୍ର୍ରସ୍ତୁତ ମଧ୍ୟ। ଜଙ୍ଗଲକୁ ବଞ୍ଚାଇବାର ସବୁଠାରୁ ବଡ଼ ଲଢ଼େଇର ସାକ୍ଷୀ ହୁଅନ୍ତୁ।

 

ଫିଲ୍ମ ‘ହାଥୀ ମେରେ ସାଥୀ’ କାଜିରଙ୍ଗା ଜାତୀୟ ଅଭୟାରଣ୍ୟରେ ହାତୀମାନଙ୍କୁ ହୋଇଥିବା ଅତ୍ୟାଚାର ଉପରେ ପର୍ଯ୍ୟବଶିତ। ଏହା ହିନ୍ଦୀ ସହ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଚଳିତବର୍ଷ ଏପ୍ରିଲ ୨ ତାରିଖରେ ଏହା ପରଦାକୁ ଆସିବ। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ପୁଲକିତ ସମ୍ରାଟ୍‌ ନଜରକୁ ଆସିବେ। ତାଙ୍କ ବ୍ୟତୀତ ଜୋୟା ହୁସେନ, ଶ୍ରିୟା ପିଲଙ୍ଗାଓ୍ବକର ମଧ୍ୟ ଅଛନ୍ତି। ଭାରତ ସହ କେରଳ, ମହାବଳେଶ୍ୱର ଏବଂ ବମ୍ବେରେ ଏହାର ଶୁଟିଂ ହୋଇଛି।

Share