Categories: ଜାତୀୟ

ହାପିନେସ୍‌ କ୍ଲାସରେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ରାଜଘାଟରୁ ଫେରି ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଛନ୍ତି। ସେଠାରେ ଆୟୋଜିତ ହାପିନେସ୍‌ କ୍ଲାସରେ ଯୋଗ ଦେଇଛନ୍ତି ମେଲାନିଆ। ପ୍ରଥମେ ତାଙ୍କୁ ତିଲକ ଲଗାଇ ଆଳତି କରି ସ୍କୁଲ ମଧ୍ୟକୁ ସ୍ମାଗତ କରାଯାଇଥିଲା। ଏହି ସମୟରେ ସେ ଉଭୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ସହ କଥା ହୋଇଥିବା ଦେଖାଯାଇଛି। ପିଲାମାନେ ମଧ୍ୟ ଆମେରିକାର ଫାଷ୍ଟ ଲେଡିଙ୍କୁ ପାଖରେ ପାଇ ଖୁସି ଥିବା ଦେଖାଯାଇଛି।

Share