Categories: ଜାତୀୟ

‘ହାପିନେସ୍‌ କ୍ଲାସ’ରେ ଯୋଗଦେବେ ଆମେରିକାର ପ୍ରଥମ ମହିଳା

ନୂଆଦିଲ୍ଲୀ,୨୦।୨: ଫେବୃୟାରୀ ୨୪ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକାର ପ୍ରଥମ ମହିଳା ମେଲାନିଆ। ଏହି ଅବସରରେ ସେ ଏକ ସରକାରୀ ସ୍କୁଲ ଗସ୍ତ କରି ‘ହାପିନେସ୍‌ କ୍ଲାସ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ସେଠାକୁ ଯିବେ। ମେଲାନିଆ ହାପିନେସ୍‌ କ୍ଲାସରେ ପିଲାଙ୍କ ସହ ପ୍ରାୟ ଏକ ଘଣ୍ଟା ବିତାଇବେ। ସେଠାରେ ସେ ପିଲାଙ୍କଠାରୁ ଚିନ୍ତା ଦୂର କରିବାର ଉପାୟ ବିଷୟରେ ଅବଗତ ହେବେ। ସୂଚନାଯୋଗ୍ୟ, ଆମରେିକା ରାଷ୍ଟ୍ରପତି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସ୍ବାଗତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମେ ସେ ଗୁଜରାଟର ଅହମଦାବାଦ୍‌ ଯିବୋର କାର୍ଯ୍ୟକ୍ରମ ରହିଛି।

Share