‘ହାପିନେସ୍‌ କ୍ଲାସ’ର ଅନୁଭବ ଶେୟାର କଲେ ମେଲାନିଆ

ଓ୍ବାଶିଂଟନ,୨୮।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଦିଲ୍ଲୀରେ କଟାଇଥିବା କିଛି ସମୟକୁ ମନେ ପକାଇଛନ୍ତି। ଆମେରିକା ଫେରିବା ପରେ ସେ ତାଙ୍କ ଅଫିସିଆଲ ଟୁଇଟରରେ ସର୍ବୋଦୟ ସ୍କୁଲରେ ଯୋଗଦେଇଥିବା ହାପିନେସ୍‌ କ୍ଲାସର ଅନିଭୂତି ଶେୟାର କରିଛନ୍ତି। ଉକ୍ତ ସ୍କୁଲରେ ତାଙ୍କୁ ଯେଉଁଭଳି ଭାବରେ ତିଲକ ଲଗାଇ ଆଳତୀ କରି ସ୍ବାଗତ କରାଯାଇଥିଲା ସେଥିପାଇଁ ସେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ଫେବୃୟାରୀ ୨୪-୨୫ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ତାଙ୍କ ଝିଅ ଜ୍ୱାଇଁଙ୍କ ସହ ମିଶି ଭାରତ ଗସ୍ତ କରିଥିଲେ। ସେହି ସମୟରେ ମେଲାନିଆ ସର୍ବୋଦୟ ସ୍କୁଲର ହାପିନେସ୍‌ କ୍ଲାସରେ ଯୋଗ ଦେଇଥିଲେ।

Share