ହାଫିଜ୍‌ ସଇଦଙ୍କୁ ୫ ବର୍ଷ ଜେଲ

ଇସଲାମାବାଦ୍‌,୧୨।୨: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହାଫିଜ୍‌ ସଇଦଙ୍କୁ ପାକିସ୍ତାନର ଏକ କୋର୍ଟ ୫ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ହାଫିଜ୍‌ଙ୍କ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ବା ସହାୟତାରେ ପାଣ୍ଠି ଯୋଗାଣ ହେଉଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପକ୍ଷରୁ ଏଭଳି ଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ, ମୁମ୍ବାଇ ଆକ୍ରମଣ ଘଟଣାରେ ହାଫିଜ୍‌ ମାଷ୍ଟର ମାଇଣ୍ଡ ଥିଲେ। ସେ ପାକିସ୍ତାନରେ ନିଜର ଆତଙ୍କବାଦ କାର୍ଯ୍ୟ ଜାରି ରଖିଛନ୍ତି।

Share