ହାଫିଜ୍‌ ସଇଦ୍‌ ଦୋଷୀ ସାବ୍ୟସ୍ତ: ମାମଲା ଗୁଜରାଟ ଅଦାଲତକୁ ସ୍ଥାନାନ୍ତର

ଲାହୋର, ୭।୮: ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ ପାକିସ୍ତାନର ଏକ ଅଦାଲତ ଦୋଷୀ ସାବସ୍ତ୍ୟ କରିଛି। ତାଙ୍କ ନାମରେ ଏକାଧିକ ମାମଲା ରହିଥିବାବେଳେ ଏକ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଦାଲତ କହିଛନ୍ତି। ଏହା ସହିତ ହାଫିଜ୍‌ଙ୍କ ଉପରେ ଚାଲିଥିବା ଏହି ମାମଲାକୁ ଲାହୋର ଅଦାଲତରୁ ଗୁଜରାଟ ଅଦାଲତକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୧୭ରେ ତାଙ୍କୁ ଗୁଞ୍ଜରଓ୍ବାଲାଠାରୁ ପାକିସ୍ତାନର ଆତଙ୍କବାଦ ନିରୋଧୀ ଟିମ୍‌ ଦ୍ୱାରା ଗିରଫ କରାଯାଇଥିଲା। ତାଙ୍କ ନାମରେ ବ୍ୟାପକ ଅର୍ଥ ହେର୍‌ ଫେର୍‌ ତଥା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ରହିଛି।

Share