Categories: ଖେଳ

ହାମିଲଟନ ଜିତିଲେ ମେକ୍ସିକାନ ଗ୍ରାଁ ପ୍ରି

ମେକ୍ସିକୋ ସିଟି, ୨୮ା୧୦ (ଏଏଫ୍‌ପି)-ମର୍ସିଡିଜ୍‌ରେ ଲୁଇସ୍‌ ହାମିଲଟନ ମେକ୍ସିକାନ ଫର୍ମୁଲା ଓ୍ବାନ ଗ୍ରାଁପ୍ରି ଜିତିିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ୧୦ମ ଟାଇଟଲ। ଫେରାରିର ସେବାଷ୍ଟିଆନ ଭେଟେଲ ଏବଂ ହାମିଲଟନଙ୍କ ଟିମ୍‌ମେଟ ଭାଲଟେରୀ ବୋଟାସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ଫେରାରିରି ଚାଲର୍‌ସ ଲେକ୍‌ରେକ୍‌ ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ଯଥାକ୍ରମେ ରେଡ୍‌ ବୁଲ୍‌ର ଆଲେକ୍ସ ଆଲବନ ଏବଂ ମାକ୍ସ ଭର୍ଷ୍ଟାପେନଙ୍କଠାରୁ ଆଗରେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ରେସ୍‌ ଆରମ୍ଭରେ ପିଟ୍‌ ଷ୍ଟପ୍‌ ଯୋଗୁ ଭର୍ଷ୍ଟାପେନ୍‌ଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ସ୍ଥାନୀୟ ହିରୋ ରେସିଂ ପଏଣ୍ଟର ସର୍ଗିଓ ପେରେଜ ସପ୍ତମ ସ୍ଥାନ ଅଧିକାର କରିଥିଲେ। ଟୋରୋ ରୋସୋର ଦୁଇ ଡ୍ରାଇଭର ପିଏରେ ଗାସ୍‌ଲି ଏବଂ ନିକୋ ହକେନବର୍ଗଙ୍କୁ ପଛରେ ପକାଇ ରେନଲ୍ଟର ଡାନିଏଲ ରିକାର୍ଡୋ ୮ମ ହୋଇଥିଲେ। ହାମିଲଟନଙ୍କ କ୍ୟାରିୟରର ଏହା ୮୩ ତମ ଟାଇଟଲ। ଅନ୍ୟପକ୍ଷରେ ମର୍ସିଡିଜର ଏହା ହେଉଛି ୧୦୦ତମ ବିଜୟ। ଆସନ୍ତା ସପ୍ତାହରେ ଟେକ୍ସାସର ଅଷ୍ଟିନ୍‌ଠାରେ ୟୁଏସ ଗ୍ରାଁ ପ୍ରି ହେବ। ଏଥିରେ ବିଜୟ ସହ ସେ ତାଙ୍କର ୬ଷ୍ଠ ଓ୍ବାଲର୍‌ଡ ଡ୍ରାଇଭର୍ସ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।

Share