Montmelo: Mercedes driver Lewis Hamilton of Britain, center, celebrates on the podium after winning the Spanish Formula One race, flanked by second place Mercedes driver Valtteri Bottas of Finland, left and third place Red Bull driver Max Verstappen of the Netherland's, at the Barcelona Catalunya racetrack in Montmelo, just outside Barcelona, Spain, Sunday, May 12, 2019.
ମଣ୍ଟମେଲ (ସ୍ପେନ୍), ୧୩ା୫ (ଏଏଫ୍ପି)-ମର୍ସିଡିଜର ଲୁଇସ୍ ହାମିଲଟନ ସ୍ପାନିଶ ଫର୍ମୁଲା ଓ୍ବାନ୍ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ରେସ୍ରେ ତାଙ୍କ ମର୍ସିଡିଜ ଟିମ୍ମେଟ୍ ଭାଲଟୋରି ବୋଟାସ ଦ୍ୱିତୀୟ ହୋଇଛନ୍ତି। ଫଳରେ ଚଳିତ ସିଜନରେ ମର୍ସିଡିଜ ଟିମ୍ କ୍ରମାଗତ ଭାବେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ସମର୍ଥ ହୋଇଛି। ଫେରାରି ଟିମ୍ର କୌଶଳ ସତ୍ତ୍ୱେ ରେଡ୍ ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ତୃତୀୟ ହୋଇଥିଲେ। ଫେରାରିର ସେବାଷ୍ଟିଆନ ଭେଟେଲ ଏବଂ ଚାଲର୍ସ ଲେକ୍ରେକ୍ଙ୍କୁ ଯଥାକ୍ରମେ ୪ର୍ଥ ଓ ୫ମସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଟପ୍ ୧୦ରେ ଯଥାକ୍ରମେ ସ୍ଥାନ ପାଇଥିବା ଅନ୍ୟମାନେ ହେଲେ ପିଏରେ ଗାସ୍ଲି (ରେଡ୍ ବୁଲ୍), କେଭିନ ମାଗ୍ନସେନ (ହାସ୍), କାର୍ଲୋସ ସେଞ୍ଜ ଜୁନିୟର (ମ୍ୟାକଲରେନ), ଡାନିଲ କ୍ୟାତ୍(ଟୋରୋ ରୋସୋ) ଏବଂ ରୋମେନ ଗ୍ରୋସ୍ଜେଁ (ହାସ୍)। କ୍ରମାଗତ ୫ଟି ରେସ୍ରେ ପ୍ରଥମ ଓ ଦ୍ୱିତୀୟ ହୋଇଥିବା ମର୍ସିଡିଜର ଦୁଇ ଡ୍ରାଇଭରଙ୍କ ମଧ୍ୟରୁ ହାମିଲଟନ ୩ନୋଟି ବିଜୟ ଲାଭ କରିଛନ୍ତି। ସ୍ପେନରେ ଟାଇଟଲ ହାସଲ ଦ୍ୱାରା ହାମିଲଟନ ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ବୋଟାସଙ୍କଠାରୁ ୭ ପଏଣ୍ଟ ଆଗରେ ପ୍ରଥମ ସ୍ଥାନରେ ଅଛନ୍ତି। ଉଭୟଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭର୍ଷ୍ଟାପେନ ୪୬ ପଏଣ୍ଟ ପଛରେ ରହିଛନ୍ତି। ଭେଟେଲ ଭର୍ଷ୍ଟାପେନଙ୍କଠାରୁ ୨ ପଏଣ୍ଟ ପଛରେ ଚତୁର୍ଥ ସ୍ଥାନରେ ଅଛନ୍ତି।