Categories: ଫୁରସତ

ହାରମୋନିୟମ୍‌ର ତାଳେତାଳେ କୁକୁର ଗାଇଲା ଗୀତ: ସୋସିଆଲ୍‌ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୧୫।୧: ମଣିଷ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେତାଳେ ଗୀତ ଗାଇବା ଦେଖାଯାଇଥାଏ। ତେବେ ଏବେ ସୋସିଆଲ୍‌ ମିଡିଆରେ ହାରମୋନିୟମ୍‌ର ତାଳେତାଳେ ଏକ କୁକୁର ତେରେ ବିନ୍‌…ଗୀତ ଗାଉଥିବାର ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ଫେସ୍‌ବୁକ୍‌ରେ ସୁବିର୍‌ ଖାଁ ନାମକ ଜଣେ ବ୍ୟକ୍ତି ଅପଲୋଡ୍‌ କରିଛନ୍ତି। ୩୧ ସେକେଣ୍ଡର ଏହି ଭିଡିଓରେ କଳା ଜ୍ୟାକେଟ୍‌ ପିନ୍ଧି ହାରମୋନିୟମ୍‌ ବଜାଉଥିବା ଜଣେ ବ୍ୟକ୍ତିଙ୍କ ସହିତ କୁକୁର ସମତାଳରେ ଗୀତ ଗାଉଛି। ତେବେ ଭିଡିଓଟି କେଉଁ ସ୍ଥାନରେ ଅବା କଳା କୋଟ ପିନ୍ଧିଥିବା ବ୍ୟକ୍ତି କିଏ ତଥା କୁକୁର ସହିତ ତାଙ୍କର ସମ୍ପର୍କ କ’ଣ ତାହା ଜଣାପଡ଼ିନାହିଁ। ଇତିମଧ୍ୟରେ ଏହାକୁ ୨୩ ହଜାରରୁ ଅଧିକ ଲାଇକ୍‌ ମିଳିଥିବାବେ ୧୨୭ କମେଣ୍ଟ ମିଳିଛି। ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୮,୮୨,୪୭୦ ଥରରୁ ଅଧିକ ଦେଖା ସରିଛି।

Share