Categories: ଖେଳ

ହାରିଗଲା ଭାରତ, ଫଶିଲା ପାକିସ୍ତାନ

ବର୍ମିଂହାମ, ୧।୭:ଚଳିତ ଆଇସିସି ବିଶ୍ୱକପରେ ଫେଭରାଇଟ ବିବେଚିତ ହେଉଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ପରାଜୟବରଣ କରିଛି। ରବିବାର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୩୮ତମ ମ୍ୟାଚରେ ଇଂଲଣ୍ଡ ୩୧ ରନରେ ଭାରତକୁ ପରାସ୍ତ କରିଛି। ଇଂଲଣ୍ଡଠାରୁ ଭାରତ ପରାସ୍ତ ହେବାପରେ ପାକିସ୍ତାନର ସେମିଫାଇନାଲ ଖେଳିବା ରାସ୍ତା ଅଧିକ ଜଟିଳ ହୋଇପଡିଛି। ଯଦିଓ ଏବେ ବି ପାକିସ୍ତାନ ସେମି ଖେଳିବା ଆଶା ଉଜ୍ଜୀବିତ ରହିଛି, କିନ୍ତୁ ଏହା ସହଜ ନୁହେଁ। ପାକିସ୍ତାନ ଚଳିତ ବିଶ୍ୱକପରେ ୮ଟି ମ୍ୟାଚ୍‌ ଖେଳି ୯ ଅଙ୍କ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଆଉ ମାତ୍ର ଗୋଟିଏ ମ୍ୟାଚ୍‌ ଦଳ ବାଂଲାଦେଶ ବିପକ୍ଷରେ ଖେଳିବାକୁ ଅଛି। ସେମିରେ ପହଞ୍ଚିବାକୁ ହେଲେ ପାକିସ୍ତାନକୁ ବଡ ବ୍ୟବଧାନରେ ଏହି ମ୍ୟାଚ୍‌କୁ ଜିତିବାକୁ ପଡିବ। କେବଳ ସେତିକି ନୁହେଁ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ରେ ଯଦି ଇଂଲଣ୍ଡ ପରାସ୍ତ ହୁଏ ତେବେ, ନେଟ୍‌ ରନରେଟ୍‌ ଆଧାରରେ ପାକିସ୍ତାନ ସେମି ଯାଇପାରିବାର ସମ୍ଭାବନା ରହିଛି।

Share