Categories: ଜାତୀୟ

ଦିନେ କୁତବ ମିନାରରୁ ଡେଇଁବାକୁ କହୁଥିବା ମାରାଣ୍ଡି ଏବେ ଭାଜପାରେ ଝାଡୁ ଲଗାଇବାକୁ ପ୍ରସ୍ତୁତ

ରାଞ୍ଚି,୧୭।୨: ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା(ଜେଭିଏମ୍‌) ମୁଖ୍ୟ ବାବୁଲାଲ୍‌ ମାରାଣ୍ଡି ଭାଜପାକୁ ପୁଣି ଫେରି ଆସିଛନ୍ତି। ୨୦୦୬ରେ ଭାଜପା ଛାଡ଼ିଥିବାବେଳେ ସେ ଦେଇଥିବା ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଥିଲେ ଯେ, କୁତବ ମିନାରରୁ ଡେଇଁ ଆତ୍ମହତ୍ୟା କରିବାକୁ ଅଧିକ ପସନ୍ଦ କରିବେ ମାତ୍ର ଭାଜପାକୁ ଆଉ ଫେରିବେନି। ତେବେ ଏବେ ୧୪ ବର୍ଷ ପରେ ବାବୁଲାଲଙ୍କ ମନ୍ତବ୍ୟ ବଦଳି ଯାଇଛି। ସେ ହାରି ଯାଇଥିବା ରାଜନେତାଙ୍କ ଭଳି କଥା କହିଛନ୍ତି। ଭାଜପାରେ ଯୋଗଦେଇ ମଞ୍ଚରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କୁଣ୍ଢାଇବା ପରେ ସେ କହିଛନ୍ତି ଦଳରେ କୌଣସି ପଦବୀ ପାଇଁ ତାଙ୍କର ଲାଳସା ନାହିଁ। ସେ ଭାଜପା ଲାଗି ଝାଡୁ ଲଗାଇବାକୁ ମଧ୍ୟ ପ୍ରସ୍ତୁତ। ବାବୁଲାଲଙ୍କ ଏଭଳି ମନ୍ତବ୍ୟ ନେଇ ରାଜନୈତିକ ମହଲରେ ପୁଣି ଚର୍ଚ୍ଚା ଜୋର୍‌ ଧରିଛି।

Share