Categories: ଖେଳ

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ବାରନୋଭିଚି(ବେଲାରୁସ),୧୦।୬(ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ ୧-୪ ଗୋଲରେ ବେଲାରୁଷ୍‌ ସିନିୟର ଦଳଠାରୁ ହାରିଯାଇଛି। ୨୧ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଜିତିଥିବା ଭାରତୀୟ ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ପଡ଼ିଆକୁ ଓହ୍ଲାଇଥିଲା। ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଟିମ୍‌ ଇଣ୍ଡିଆକୁ ପେନାଲ୍ଟି କର୍ନର ମିଳିଥିଲା। ଗଗନଦୀପ କୌର କୌଣସି ତ୍ରୁଟି ନ କରି ଏହାକୁ ଗୋଲରେ ପରିଣତ କରିଥିଲେ। ଫଳରେ ଭାରତ ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ପରେ ଭାରତୀୟ ଦଳ ସ୍ଥିତିକୁ ବଜାୟ ରଖିବାରେ ବିଫଳ ହୋଇଥିଲା। ବେଲାରୁଷ୍‌ ପକ୍ଷରୁ ସ୍ବିତଲାନା ବାହୁଶେଭିଚ, କ୍ରିଷ୍ଟିନା ପାପ୍କୋଭା ଓ ୟୁଲିଆ ମିଖେଚ୍ୟ ଗୋଲ ଦେଇଥିଲେ। ଭାରତୀୟ ଦଳ ଗୋଲ ପରିଶୋଧ କରିବାକୁ ବହୁ ଉଦ୍ୟମ କରିଥିଲା ହେଲେ ସଫଳତା ମିଳି ନ ଥିଲା।

Share