ହାର୍ଟଆଟାକ୍‌ରୁ ଦୂରେଇ ରଖେ ଏହି ରସ…

ସକାଳେ ଅଧାକପ୍‌ କାକୁଡ଼ି ଜୁସ୍‌ ପିଇଲେ ଶରୀରର ବହୁ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜଳ, ଶ୍ୱେତସାର,ସ୍ନେହସାର, ପୁଷ୍ଟିସାର, ତନ୍ତୁଜ ରହିଥାଏ। ଏହାଛଡ଼ା ଏଥିରେ ଫସଫରସ୍‌, କ୍ୟାଲସିୟମ, ଲୌହ ଆଦି ରହିଛି। ନିୟମିତ ଏହାକୁ ପିଇଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟଆଟାକ୍‌ ଆଶଙ୍କା ଦୂର ହୋଇଥାଏ। ସେହିପରି ଏହା ର୍ଶକରାସ୍ତରକୁ ମଧ୍ୟ ନିୟନ୍ତ୍ରିତ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। କାକୁଡ଼ି କୋଷ୍ଠକାଠିନ୍ୟ ଦୂର କରିବାରେ ସହାୟକ ହୋଇଥାଏ। ପ୍ରତିଦିନ କାକୁଡ଼ି ଖାଇଲେ ପେଟ ପରିଷ୍କାର ଓ ଥଣ୍ଡା ରୁହେ। କାକୁଡ଼ିରେ କ୍ଷାର ଓ ଏସିଡ଼ ସୃଷ୍ଟିକାରୀ ଖଣିଜ ପଦାର୍ଥ ରହିଛି। ଫଳରେ ଏହା ବିଭିନ୍ନ ପ୍ରକାର ପରିସ୍ରା ସମସ୍ୟା ଦୂର କରିଥାଏ।

Share