ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ…

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଏହା ବହୁ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍‌ ପିଆଜ ଶଣ୍ଢା ରସ ପିଇଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳେ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ବହୁ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ-ସି, ଭିଟାମିନ ଡି-୨, ଭିଟାମିନ-ଏ ଆଦି ରହିଥାଏ। ଏସବୁ ଶରୀର ପାଇଁ ଆବଶ୍ୟକ। ଏହା ସହିତ ଏଥିରେ ଫସଫରସ, ମ୍ୟାଗ୍ନେସିୟମ, ପଟାସିୟମ, କ୍ୟାଲସିୟମ, ମାଙ୍ଗାନିଜ ଏବଂ ଫାଇବର ଆଦି ଥାଏ। ଦୈନନ୍ଦିନ ଖାଦ୍ୟରେ ଏହାକୁ ସାମିଲ କଲେ ହାର୍ଟ ଆଟାକ୍‌ଠାରୁ ଆରମ୍ଭ କରି କ୍ୟାନସରକୁ ମଧ୍ୟ ନିୟନ୍ତ୍ରଣ କରା ଯାଇପାରିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

Share