ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାତ୍ରର ପାଣି…

ତମ୍ବାପାତ୍ରରେ ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରେ ତମ୍ବାପାତ୍ରରେ ପାଣି ରଖି ସକାଳେ ଏଥିରୁ ଗ୍ଲାସେ ପିଇଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ତମ୍ବାପାତ୍ରରେ ରଖାଯାଇଥିବା ପାଣି ପିଇଲେ ରକ୍ତସଞ୍ଚାଳନ ସ୍ବାଭାବିକ ହେବା ସହିତ ହାର୍ଟଆଟାକ୍‌ରୁ ମୁକ୍ତି ମିଳେ। ସେହିପରି ଏହା ରକ୍ତ ଶର୍କରାକୁ ନିୟନ୍ତ୍ରିତ କରିଥାଏ। ପ୍ରତିଦିନ ଏହି ପାଣି ପିଇଲେ ଡାଇବେଟିସ୍‌ ଦୂର ହୁଏ। ତମ୍ବାପାତ୍ରର ଅଣୁଜୀବ ନିରୋଧୀ ଗୁଣ ରହିଛି। ତମ୍ବାପାତ୍ରରେ ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା କଫ, ପିତ୍ତ ଓ ବାତଦୋଷରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Share