ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ପରିବର୍ତ୍ତିତ ଜୀବନ ଶୈଳୀରେ କେତେକଙ୍କଠାରେ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ଅଧାଗ୍ଲାସେ ନଡ଼ିଆ କ୍ଷୀର ପିଇଲେ ସୁଫଳ ମିଳିଥାଏ। ନଡ଼ିଆ କ୍ଷୀର କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ। ଏହା ଖରାପ କୋଲେଷ୍ଟରଲସ୍ତର କମାଇବା ସହିତ ଭଲ କୋଲେଷ୍ଟରଲ ବୃଦ୍ଧି କରିଥାଏ। ସେହିପରି ଏହାକୁ ନିୟମିତ ପିଇଲେ ମେଦବହୁଳତାରୁ ମୁକ୍ତି ମିଳିଥାଏ। ନଡ଼ିଆ କ୍ଷୀର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Share