ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ଏହାର ପ୍ରଭାବ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଉପରେ ପଡ଼ିଥାଏ। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇଥାନ୍ତି। ଏହା ଯୋଗୁ କୋଲେଷ୍ଟରଲ ବଢ଼ିବାର ଆଶଙ୍କା ରହିଥାଏ। ଫଳରେ ହାର୍ଟଆଟାକ୍‌ ସମସ୍ୟା ବଢ଼ିଥାଏ। ତେବେ ଶୀତଦିନେ ସପ୍ତାହରେ ୨-୩ ଥର ପାଳଙ୍ଗ ଶାଗ ଖାଇଲେ ଏଥିରେ ଥିବା ଫ୍ଲାଭୋନୋଏଡ୍‌ ନାମକ ଆଣ୍ଟି ଅକ୍ସିଡାଣ୍ଟ ଶରୀରରରେ କୋଲେଷ୍ଟରଲ ମାତ୍ରାକୁ ସ୍ବାଭାବିକ କରିଥାଏ। ସେହିପରି ପାଳଙ୍ଗ ଶାଗ ଖାଇଲେ ସ୍ମୃତି ଶକ୍ତି ପ୍ରଖର ହେବା ସହିତ ମାନସିକ ଅବସାଦରୁ ଦୂରେଇ ରଖିଥାଏ। ପାଳଙ୍ଗ ଶାଗରେ ଭିଟାମିନ୍‌ ଏ, ଭିଟାମିନ୍‌ ସି, ଭିଟାମିନ୍‌ ଇ, ଭିଟାମିନ୍‌ କେ, ଭିଟାମିନ୍‌ ବି-୬, ଥାଇମାଇନ୍‌, ଫୋଲେଟ୍‌, କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ଫସଫରସ୍‌, ପଟାସିୟମ୍‌, କପର ଆଦି ରହିଥାଏ। ଏହା ଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ।