ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହାକୁ…

ଶୀତଦିନେ ମଟର ମିଳିଥାଏ। କଞ୍ଚା ମଟର ଖାଇଲେ ଶରୀରର ବହୁ ସମସ୍ୟା ଦୂରହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ତନ୍ତୁଜ, ପୋଟାସିୟମ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଏବଂ ଅନ୍ୟ ଖଣିଜ ଲବଣ ରହିଥାଏ। ଏହା ଦ୍ୱାରା କୋଲେଷ୍ଟରଲସ୍ତର ନିୟନ୍ତ୍ରଣ ହୋଇଥାଏ। ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହେବା ଯୋଗୁ ହାର୍ଟଆଟାକ୍‌ ଆଶଙ୍କାରୁ ମୁକ୍ତି ମିଳିଥାଏ। ସପ୍ତାହରେ ୩ ଥର ମୁଠାଏ କଞ୍ଚା ମଟର ଖାଇଲେ ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼ିଥାଏ। ଗର୍ଭବତୀ ମହିଳା ଅଭ୍ୟାସ କରି ଏହାକୁ ଖାଇଲେ ଗ୍ୟାସ୍‌ ସମସ୍ୟା ଦୂର ହେବା ସହିତ ପାଚନ କ୍ରିୟା ସ୍ବାଭାବିକ ଭାବେ କାର୍ଯ୍ୟ କରିଥାଏ।