ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ଚୋପା…

ଡାଳିମ୍ବ ଖାଇସାରିବା ପରେ ଏହାର ଚୋପାକୁ ଫିଙ୍ଗି ଦିଆ ଯାଇଥାଏ। କିନ୍ତୁ ଏହାର ବହୁ ଉପକାରୀ ଗୁଣ ରହିଛି। ଏହାର ଚୋପାକୁ ପାଣିରେ ଭିଜାଇ ଜୁସ୍‌ କରି ନିୟମିତ ପିଇଲେ ସୁଫଳ ମିଳିଥାଏ । ଡାଳିମ୍ବ ଚୋପାରେ ଫେନାଲିକ୍ସ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହାଛଡା ଏଥିରେ ରହିଥାଏ ଆଣ୍ଟି ଅକ୍ସିଡାଣ୍ଟ୍‌, ଖଣିଜ ପଦାର୍ଥ, ଭିଟାମିନ୍‌ ପ୍ରଭୃତି ଉପାଦେୟ ଉପାଦାନ । ଏହା କୋଲେଷ୍ଟରଲସ୍ତର କମାଇବା ସହିତ ହାର୍ଟଆଟାକରୁ ଦୂରେଇ ରଖେ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ନିୟମିତ ଏହାର ବ୍ୟବହାର ଦ୍ୱାରା କର୍କଟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଡାଳିମ୍ବ ଚୋପା ଜୁସ୍‌କୁ ସପ୍ତାହରେ ୨ରୁ ୩ ଥର ପିଇଲେ ଶରୀର ସୁସ୍ଥ ରହିଥାଏ।