ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରଖେ ଡ୍ୟାନ୍ସ୍‌ ଥେରାପି…

ଭାରତୀୟ ସଂସ୍କୃତିରେ ନୃତ୍ୟର ବିଶେଷ ସ୍ଥାନ ରହିଛି। ନୃତ୍ୟ କରିବା ଦ୍ୱାରା ବହୁ ସୁଫଳ ମିଳିଥାଏ। ନୃତ୍ୟ ଶରୀରକୁ ଫିଟ୍‌ ରଖିଥାଏ। ଏହାକୁ ଡ୍ୟାନ୍ସ୍‌ ଥେରାପି ମଧ୍ୟ କୁହାଯାଇଥାଏ। ମେଦବହୁଳତା, ହାର୍ଟ ଆଟାକ୍‌ ଆଦି ରୋଗରୁ ଏହା ଦୂରେଇ ରଖେ। ନୃତ୍ୟ ମନୋରଞ୍ଜନ ସହିତ ବ୍ୟସ୍ତବହୁଳ ଜୀବନରେ ଶାନ୍ତି ଆଣିଥାଏ। ଏହାଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ଡ୍ୟାନ୍ସ୍‌ ଥେରାପି ସବୁ ବୟସର ଲୋକଙ୍କ ପାଇଁ ଲାଭଦାୟକ। ନୃତ୍ୟ କରିବାବେଳେ ବ୍ୟାୟାମ ଦ୍ୱାରା ଶରୀରରୁ ଏକ ଶହରୁ ୪ ଶହ ପର୍ଯ୍ୟନ୍ତ କ୍ୟାଲୋରୀ ହ୍ରାସ ପାଏ। ଫଳରେ ଶରୀର ସୁଢ଼ୋଳ ରହିଥାଏ।

Share