ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ନାନା ରୋଗ ଗ୍ରାସ କରୁଛି। ସେଥିମଧ୍ୟରୁ ଅନ୍ୟତମ ହୃଦ(ହାର୍ଟ)ରୋଗ । ଯଦି ମେଦବହୁଳତା ଏବଂ ଡାଇବେଟିସ ଅଛି, ତେବେ ହାର୍ଟର ଯତ୍ନ ନେବା ଜରୁରୀ। ନଚେତ୍‌ ଏହା ଅସମୟରେ ଜୀବନ ନେଇଯାଇପାରେ। ଚିନ୍ତା ଏବଂ ଅବସାଦ ଯୋଗୁ ବ୍ଲଡ୍‌ପ୍ରେସର ବଢ଼ିଥାଏ। ଏହାର ପ୍ରଭାବ ଆମ ହାର୍ଟ ଉପରେ ପଡ଼ିଥାଏ। ତେବେ ହାର୍ଟକୁ ସୁସ୍ଥ ରଖିବାକୁ ହେଲେ କ’ଣ କରିବା ଜରୁରୀ ଜାଣନ୍ତୁ …
– ପ୍ରତିଦିନ ବ୍ୟାୟାମ କରିବା ସହ ସଠିକ୍‌ ଖାଦ୍ୟ ଖାଆନ୍ତୁ।
– ଧୂମପାନ କରୁଥିଲେ ତୁରନ୍ତ ଏହି ଅଭ୍ୟାସ ପରିତ୍ୟାଗ କରନ୍ତୁ।
– ବାହାର ଖାଦ୍ୟ ଆଦୌ ଗ୍ରହଣ କରନ୍ତୁ ନାହିଁ।
– ଖାଦ୍ୟରେ ଲୁଣ ନିହାତି ଆବଶ୍ୟକ। ମାତ୍ର ଆବଶ୍ୟକ ଠାରୁ ଅଧିକ ଲୁଣ ଖାଇବା ହାର୍ଟ ପ୍ରତି ହାନିକାରକ।
– ଅତ୍ୟଧିକ ଲୁଣ ଖାଇଲେ ଡିହାଇଡ୍ରେସନ ସମସ୍ୟା ମଧ୍ୟଦେଖାଦେଇଥାଏ।