ସକାଳୁ ଖାଲି ପେଟରେ କପେ ରସୁଣ ଚା’ ପିିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ହାର୍ଟ ଆଟାକରେ ଏହା ମହୌଷଧୀ ଭଳି କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ରସୁଣରେ ଭିଟାମିନ୍-‘ଏ’, ‘ବି’, ‘ସି’, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍, ଜିଙ୍କ୍, ଲୌହ, ମ୍ୟାଗ୍ନେସିୟମ୍, ଫସଫରସ୍ ପ୍ରଭୃତି ରହିଥାଏ। ନିୟମିତ ୨ଟି ରସୁଣ କୋଲାକୁ ପାଣିରେ ଫୁଟାଇ ଛାଣି ଏଥିରୁ କପେ ଚା’ପରି ପିଇଲେ ଉଚ୍ଚ ରକ୍ତଚାପ, ମାନସିକ ଚାପ, କର୍କଟ, ହାର୍ଟ ଆଟାକ ଆଦିରୁ ସହଜରେ ମୁକ୍ତି ମିଳିଥାଏ।