ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଏଥିରୁ ଚାମୁଚେ…

ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଚାମୁଚେ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ ମିଳିଥାଏ। ଏହା ହାର୍ଟ ଆଟାକ୍‌ ଓ ମେଦବହୁଳତା ଆଶଙ୍କା ଦୂର କରେ। ଗୁଆଘିଅ ଖାଇଲେ ରକ୍ତରେ ଏଚ୍‌ଡିଏଲ ସ୍ତର ବୃଦ୍ଧି ପାଏ। ଯାହାକି ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ଦିଏ। ଗୁଆଘିଅ କର୍କଟ ରୋଗ ସୃଷ୍ଟିକାରୀ କାର୍ସିନୋଜେନକୁ ପ୍ରତିରୋଧ କରିବା ଲାଗି ଏକ ପ୍ରକାର ଏନ୍‌ଜାଇମ୍‌ ତିଆରି କରିଥାଏ। ଅନ୍ୟପକ୍ଷରେ କାର୍ସିନୋଜେନକୁ କ୍ରିୟାଶୀଳ କରୁଥିବା ତତ୍ତ୍ୱକୁ ଗୁଆଘିଅ କମାଏ। ଗୁଆଘିଅରେ ଥିବା କନ୍‌ଜୁଗେଟଡ୍‌ ଲିନୋଲିକ୍‌ ଏସିଡ୍‌(ସିଏଲଏ) ଭେଜିଟେବୁଲ ଅଏଲ ଅପେକ୍ଷା ଅଧିକ ସ୍ବାସ୍ଥ୍ୟପ୍ରଦ। ଭେଜିଟେବୁଲ ଅଏଲରେ ଥିବା ଅନସାଚ୍ୟୁରେଟେଡ୍‌ ଫ୍ୟାଟି ଏସିଡ୍‌ ଡିଏନ୍‌ଏକୁ କ୍ଷତି ପହଞ୍ଚାଏ। ମାତ୍ର ଗୁଆଘିଅ ଖାଇବା ଦ୍ୱାରା ଏହା ସୁରକ୍ଷିତ ରହିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।