ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ଚାମୁଚେ ଆଲୋଭେରା ବା ଘିକୁଆଁରୀ ରସ ପିଇଲେ ବହୁ ସୁଫଳ ମିଳିଥାଏ । ଏହା ରକ୍ତସଞ୍ଚାଳନ ବୃଦ୍ଧି କରି ହାର୍ଟ ଆଟାକ୍ ଆଶଙ୍କାକୁ ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହି ରସ ନିୟମିତ ଆବଶ୍ୟକ ପରିମାଣରେ ପିଇଲେ ମେଦବହୁଳତାରୁ ମୁକ୍ତି ମିଳେ। ଆଲୋଭେରା ରସରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ,ବି, ସି ତଥା ଇ ରହିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ଶରୀର ଲାଗି ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଏସିମାନାନ୍ ଶରୀରର କୋଷିକାର କାର୍ଯ୍ୟରେ ପରିବର୍ତ୍ତନ ଆଣିଥାଏ। ଫଳରେ ଏଜିଂ ସମସ୍ୟାରୁ ମୁକ୍ତି ମିଳିବା ସହିତ ଅକାଳବାର୍ଦ୍ଧକ୍ୟ ଦୂରହୁଏ।