ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଚାମୁଚେ…

ବ୍ୟସ୍ତ ବହୁଳ ଜୀବନରେ ଏବେ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଦେଖାଯାଉଛି। ତେବେ ଏହାକୁ ସହଜରେ ଦୂରେଇ ହେବ। ଆୟୁର୍ବେଦରେ ଉଲ୍ଲେଖ ରହିଛି ପ୍ରତିଦିନ ସକାଳେ ଚାମୁଚେ ଦହି ଖାଇଲେ ଉଚ୍ଚ ରକ୍ତଚାପ ସ୍ବାଭାବିକ ହୋଇଥାଏ। ଦହିରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ବି-୨, ଭିଟାମିନ୍‌ ବି-୧୨ ଆଦି ପୋଷକ ତତ୍ତ୍ୱ ରହିଥାଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ । ମେଦବହୁଳତାରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଦହି ହାଡ଼କୁ ମଜବୁତ କରେ। ରକ୍ତ ସଞ୍ଚାଳନ ସ୍ବାଭାବିକ କରି ଏହା ହାର୍ଟ ଆଟାକରୁ ଦୂରେଇ ରଖିବା ସହିତ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ। ଏହା ତ୍ୱଚାକୁ କୋମଳ ରଖିବା ସହିତ ଏଥିରେ ଚମକ ଆଣିଥାଏ । ମହିଳାମାନଙ୍କ ଋତୁସ୍ରାବ ସମସ୍ୟା ଦହି ଖାଇଲେ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Share