Advertisement

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌…

କଫି ଓ ଚା’ ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। କଫିରେ ଥିବା କାଫିନ୍‌ ଓ ଚା’ରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ରେଡ୍‌ ବ୍ଲଡ୍‌ କୋଷିକା ଉତ୍ତେଜିତ ହୋଇଥାଏ। ଫଳରେ ହାର୍ଟର ସାଧାରଣ କାର୍ଯ୍ୟକାରିତା ବୃଦ୍ଧି ପାଏ। ଏହାଯୋଗୁ ହାର୍ଟ ଆଟାକ୍‌ ଆଶଙ୍କା ଦୂର ହୁଏ। ନିୟମିତ କଫି କିମ୍ବା ଚା’ପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ହାର୍ଟ ଆଟାକ୍‌ ଆଶଙ୍କା ଅପେକ୍ଷାକୃତ କମ୍‌ ରହିଥାଏ। ତେଣୁ ପ୍ରତିଦିନ ସକାଳେ ଅଧାକପ୍‌ କଫି କିମ୍ବା ଚା’ ପିଇଲେ ସୁଫଳ ମିଳିଥାଏ। ଏହା ଫୁର୍ତ୍ତି ଆଣିବା ସହିତ କୋଲେଷ୍ଟରଲସ୍ତରକୁ ସ୍ବାଭାବିକ କରେ। ଫଳରେ ରକ୍ତଚାପ ହ୍ରାସ ପାଇ ରକ୍ତ ସଞ୍ଚାଳନ ପ୍ରକ୍ରିୟା ସ୍ବାଭାବିକ ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel